OSAP…………ଏକ ନୁତନ ଦିଶା

ଭାସିଆସେ ଯେବେ ଇସ୍ପାତ କାରଖାନୁଁ କଳମାନଙ୍କ କର୍କ୍କଶ ସ୍ବର

ହସିଉଠେ ସେବେ ଏହି ଅଗଣାରେ କୁନି କୁନି ପିଲାଙ୍କର ହସର ଜୁଆର

ଚିରାଚରିତ ଏକ ବନ୍ଧା ଜୀବନରୁ ଯେବେ ଆମେ ଯାଉ ଦୁରେ

ଦେଖାଯାଏ ଏକ ନୁଆ ପରିବାର NITଠୁ କିଛି ଦୁରେ ||୧

ତରାଚାନ୍ଦ ଭାଇଙ୍କ ପଦ ଅନୁସରଣେ ଚାଲେ ଏହି ପରିବାର

ଛୋଟଠୁ ବଡ ସଭିଙ୍କ ଆଖିରେ ନୁଆ ସ୍ବପ୍ନର ଆସର

ଅରବିନ୍ଦର ହସ ସେ ଯେ ଆନନ୍ଦ ଉଲ୍ଲାସପୂର୍ଣ

ଭରିଦିଏ ଆମ ସଭିଙ୍କ ମନେ ହସ ଖୁସିର ଫଗୁଣ ||୨

କାନ୍ହୁଭାଇଙ୍କ ମାଟିଶିଳ୍ପ ଅଟେ ପ୍ରଗତିର ଚାରଣ

କାଚରେ ଅଂକିତ କଳାକୃତି ସୌନ୍ଦର୍ଯ୍ୟ କରିନପାରଇ ବଖାଣ

ମୀନାର ଗୁମସୁମ୍ ମୁଖେ ଚାହୁଁ ଆମେ ଦେଖି ଖୁସିର ନିଶାଣ

ବିପରୀତ ପୁଣି ଦେବକୀ ଓ ସାମନ୍ତ, ନଥାଏ ଯେଉଁଠି ଦୁଃଖର କାରଣ ||୩

ପିଙ୍କି , ଆରତୀ , ଦ୍ରୁପଦୀ , କଳ୍ପନାଙ୍କ ନିପୁଣ ପୁଣି ନୃତ୍ୟରେ

ସତ୍ୟଭାମା ଆଉ ଅନୁପମା ନିଶା ସେ ଯେ ସଂଗୀତରେ

ବିନୋଦିନୀ , କୁମୋଦିନୀ ଓ କାମିନୀ ଯାମିନୀ ଭଗିନୀ ସେ ଯେ ସ୍ନେହର

ସୁମିତ୍ରା ପୁଷ୍ପାଙ୍କ ମନତଳେ ପୁଣି ବୁଣାବୁଣି ଆଉ ଚିତ୍ର ଅଂକନରେ ||୪

ନୃତ୍ୟ,ସଂଗୀତ,ଚିତ୍ର ଆଦିରେ ତୁଳନା ନାହିଁ ତୁମମାନଙ୍କର

ଛୋଟ ସେହି ମନେ ଫୁଟି ଉଠେ ଫୁଲ ନୁଆ ନୁଆ କଳ୍ପନାର

କିଶୋର, ବବି, ମକରଧ୍ବଜ ପଶିଛନ୍ତି ଯେ କ୍ରିକେଟର ଶରଣ

ଖେଳି ଅରକ୍ଷିତ, ବିଜୟ ସଂଗେ କରିବେ OSAPର ନାଁ ରୋଶନ ||୫

ହେମନ୍ତ ଆଉ ଅଂଜନାଙ୍କ ପାଇଁ ନାହିଁ ଆଉ କିଛି ଚିନ୍ତନ

ଅଚିନ୍ତନୀୟ ଓ ଅବିଶ୍ବସନୀୟ ପ୍ରତିଭାର ମହାବିସ୍ପୋରଣ

ରାଜେଶ୍ବରୀ ବୁଲୁ ଆଉ ବବିତାଙ୍କ କୁନି କୁନି ସେହି ଚରଣ

ଭବିଷ୍ୟରେ ସୁନାଗରିକ ଯେ ଏଥିରେ ନାହି ଚିନ୍ତାର କାରଣ ||୬

ବିନ୍ଦାଶ୍ ଅନନ୍ତ ସେ ଯେ କଳ୍ପନାର କାରିଗର

ଭରେ ପ୍ରାଣେ ନୁତନ ସ୍ପନ୍ଦନ ନିରୀହତା ଆଦର୍ଶର

ହର୍ଷିତ କରେ ମନ ପଲ୍ଲବିତ ଆମ ଚିନ୍ତନ କରମର୍ଦ୍ଧନ ରଂଜନର

ତୁମରି ପାଇଁ ହେ ପ୍ରିୟସାଥୀ ହୋଇଛି ପ୍ରତି ମୁହୂର୍ତ୍ତ ସୁନ୍ଦର ||୭

ହୃଦୟରେ ଏକ ସ୍ବତନ୍ତ୍ର କୋଣ ସେ ଯେ ସ୍ଥାନ ତୁମମାନଙ୍କର

ଆମେ ସବୁ ଆଶ୍ରାର , ଆଶ୍ରା ଯେ ଆମମାନଙ୍କର ||୮

------------------------------------------------------------------------------------------------------------------

Prachi Pragnya

Btech-2nd sem (110MM0373)

Comments

  1. ବହୁତ ସୁନ୍ଦର କବିତା ଟିଏ | ମୁ ଏହିଭଳି ଆହୁରି କବିତା ପଢିବା ପାଇଁ ଅପେକ୍ଷା ରେ ରହିଲି | ବହୁତ ଭଲ ...

    ReplyDelete
  2. wowwwww prachi u have written a very beutiful poem...........
    thank uuuuuu.................
    n we all hope to see some more peoms from ur side in odia.................

    PRIYA DARSHINI JANI

    ReplyDelete

Post a Comment

Popular posts from this blog

हमेशा PRESENT हूं ना..

Jagda: Of Little Hearts and Mighty Dreams

Sector 2 AASRA: A Beacon Of Hope