OSAP…………ଏକ ନୁତନ ଦିଶା
ଭାସିଆସେ ଯେବେ ଇସ୍ପାତ କାରଖାନୁଁ କଳମାନଙ୍କ କର୍କ୍କଶ ସ୍ବର ହସିଉଠେ ସେବେ ଏହି ଅଗଣାରେ କୁନି କୁନି ପିଲାଙ୍କର ହସର ଜୁଆର ଚିରାଚରିତ ଏକ ବନ୍ଧା ଜୀବନରୁ ଯେବେ ଆମେ ଯାଉ ଦୁରେ ଦେଖାଯାଏ ଏକ ନୁଆ ପରିବାର NIT ଠୁ କିଛି ଦୁରେ ||୧ ତରାଚାନ୍ଦ ଭାଇଙ୍କ ପଦ ଅନୁସରଣେ ଚାଲେ ଏହି ପରିବାର ଛୋଟଠୁ ବଡ ସଭିଙ୍କ ଆଖିରେ ନୁଆ ସ୍ବପ୍ନର ଆସର ଅରବିନ୍ଦର ହସ ସେ ଯେ ଆନନ୍ଦ ଉଲ୍ଲାସପୂର୍ଣ ଭରିଦିଏ ଆମ ସଭିଙ୍କ ମନେ ହସ ଖୁସିର ଫଗୁଣ ||୨ କାନ୍ହୁଭାଇଙ୍କ ମାଟିଶିଳ୍ପ ଅଟେ ପ୍ରଗତିର ଚାରଣ କାଚରେ ଅଂକିତ କଳାକୃତି ସୌନ୍ଦର୍ଯ୍ୟ କରିନପାରଇ ବଖାଣ ମୀନାର ଗୁମସୁମ୍ ମୁଖେ ଚାହୁଁ ଆମେ ଦେଖି ଖୁସିର ନିଶାଣ ବିପରୀତ ପୁଣି ଦେବକୀ ଓ ସାମନ୍ତ, ନଥାଏ ଯେଉଁଠି ଦୁଃଖର କାରଣ ||୩ ପିଙ୍କି , ଆରତୀ , ଦ୍ରୁପଦୀ , କଳ୍ପନାଙ୍କ ନିପୁଣ ପୁଣି ନୃତ୍ୟରେ ସତ୍ୟଭାମା ଆଉ ଅନୁପମା ନିଶା ସେ ଯେ ସଂଗୀତରେ ବିନୋଦିନୀ , କୁମୋଦିନୀ ଓ କାମିନୀ ଯାମିନୀ ଭଗିନୀ ସେ ଯେ ସ୍ନେହର ସୁମିତ୍ରା ପୁଷ୍ପାଙ୍କ ମନତଳେ ପୁଣି ବୁଣାବୁଣି ଆଉ ଚିତ୍ର ଅଂକନରେ ||୪ ନୃତ୍ୟ,ସଂଗୀତ,ଚିତ୍ର ଆଦିରେ ତୁଳନା ନାହିଁ ତୁମମାନଙ୍କର ଛୋଟ ସେହି ମନେ ଫୁଟି ଉଠେ ଫୁଲ ନୁଆ ନୁଆ କଳ୍ପନାର କିଶୋର, ବବି, ମକରଧ୍ବଜ ପଶିଛନ୍ତି ଯେ କ୍ରିକେଟର ଶରଣ ଖେଳି ଅରକ୍ଷିତ, ବିଜୟ ସଂଗେ...